ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟିକା ସଂକ୍ରାନ୍ତରେ ଆଲୋଚନା କରିବା ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ । ସେହି ବୈଠକରେ କହିଥିଲେ ଯେ କୋଭିଡ ଭ୍ୟାକସିନ୍ ପାଇବାର ବହୁତ ନିକଟରେ ଅଛୁ । ଭ୍ୟାକସିନ ସର୍ବପ୍ରଥମେ ସ୍ଵାସ୍ଥ୍ୟ କର୍ମୀ , ଡାକ୍ତର ଓ ରୋଗୀମାନଙ୍କୁ ଦିଆଯିବ । ମୋଦି ଆଉ ମଧ୍ୟ କହିଛନ୍ତି ଯେ ଦେଶରେ ପ୍ରାୟ ୮ ପ୍ରକାର କୋଭିଡ ଭ୍ୟାକସିନ ତିଆରି କରାଯାଉଛି ଓ ଭିନ୍ନ ଭିନ୍ନ ଷ୍ଟେଜରେ ଏହାର ଟେଷ୍ଟ ଚାଲୁଛି । ବର୍ତ୍ତମାନ ପାଇଁ ୩ ପ୍ରକାର ଭ୍ୟାକସିନର ଟେଷ୍ଟ ଶୀର୍ଷରେ ରହିଛି ।
ମୋଦୀ ଆଉମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍ ଟିକାର ମୂଲ୍ୟ ନିର୍ଦ୍ଧାରଣ ଏବଂ ବଣ୍ଟନ ସଂକ୍ରାନ୍ତରେ ରାଜ୍ୟମାନଙ୍କ ସହ ଆଲୋଚନା ଚାଲିଛି। ଏହି ଭ୍ୟାକସିନ ବାଣ୍ଟିବା ନେଇ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଓ ସେଥିପାଇଁ କୋଲ୍ଡ ଚେନ ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଉଛି । ଏହାଛଡ଼ା, ଟିକାର ସଂରକ୍ଷଣ ଏବଂ ପରିବହନ କଥା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଥିବା କଥା ସେ କହିଛନ୍ତି।