ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ମହାମାରୀ ବିପଦ ବଢିବାରେ ଲାଗିଛି। ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କୁ ଥଣ୍ଡା, କାଶ ଓ ଜ୍ୱର ହେବାର ମାମଲା ବଢିବାରେ ଲାଗିଛି ଏବଂ ଏମାନଙ୍କ ଭିତରେ ଅଧିକାଂଶ ବୟସ୍କ କୃଷକ ରହିଛନ୍ତି। ଘଟଣାସ୍ଥଳରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ଟିମ୍ କୃଷକଙ୍କୁ ଔଷଧ ଉପଲବ୍ଧ ମଧ୍ୟ କରାଇଛନ୍ତି। ଏଠାରେ ଥିବା ଡାକ୍ତରଙ୍କ କହିବା ଅନୁସାରେ, ଲୋକମାନେ ମାସ୍କ ବ୍ୟବହାର କରୁନାହାନ୍ତି। ରୋଗକୁ ହାଲକା ଭାବରେ ନେଉଛନ୍ତି, ତେଣୁ କରୋନାର ବିପଦ ବଢିପାରେ ବୋଲି ଆଶଙ୍କା କରାଯାଉଛି ।