ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶଲାଗୀ ଲାଗିଥିବା ସୂର୍ଯ୍ୟଚନ୍ଦ୍ର ଫେରିପାଇଛନ୍ତି ସେବାୟତ । ଗତ ନଭେମ୍ଵର ୨୬ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ତେବେ ବେଶଓଲାଗି ପରେ ସୂର୍ଯ୍ୟଚନ୍ଦ୍ର ନଥିବା ନେଇ ଓ ସେବାୟତ ନେଇଯାଇଛନ୍ତି ବୋଲି ଖବର ପ୍ରସାରଣ ହୋଇଥିଲା ଓ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ତେବେ ଆଜି ମହାପ୍ରଭୁଙ୍କ ସୂର୍ଯ୍ୟଚନ୍ଦ୍ରକୁ ସେବାୟତ ଫେରାଇ ଦେଇଛନ୍ତି ବୋଲି ଜଣା ପଡିଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଦୀର୍ଘ ୨୫ ପରେ ମହାପ୍ରଭୁଙ୍କ ଏ ଅଲୌକିକ ବେଶ ଦେଖିବାରୁ ଭକ୍ତ ମାନେ ବଞ୍ଚିତ ହୋଇଥିଲେ । ନାଗାର୍ଜୁନ ବେଶକୁ ନ ଦେଖିବା ପାଇଁ ପୁରୀରେ ୧୪୪ ଧାରା ଜାରି ହୋଇଥିଲା । ତେବେ କରୋନା ସ୍ଥିତି ସ୍ଵଭାବିକ ହେଲା ପରେ ଏହି ବେଶର ସମସ୍ତ ଜିନିଷ ସଂରକ୍ଷଣ ରଖାଯାଇ ଭକ୍ତ ମାନଙ୍କୁ ଦେଖାଯିବ ବୋଲି କହିଥିଲେ ସେବାୟତ ।