ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଝାରପଡା ଜେଲରେ ନିଜର ପ୍ରଥମ ରାତି କଟାଇଛନ୍ତି । ସଂଘରୋଧ କେନ୍ଦ୍ର ୧୪ ନମ୍ବର ଓ୍ୱାର୍ଡରେ ତାଙ୍କ ରହଣୀ ବ୍ୟବସ୍ଥା କରାଯାଇଥିଲା । ତେବେ ତାଙ୍କୁ ୩ ଡିସେମ୍ଵର ସନ୍ଧ୍ୟାରେ ନିଜ ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ଗିରଫ ପରେ ପ୍ରଦୀପଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ଜାମିନ୍ ଲାଗି ତାଙ୍କ ଓକିଲ ଆବେଦନ କରିଥିବା ବେଳେ କୋର୍ଟ ତାକୁ ଅଗ୍ରାହ୍ୟ କରି ଦେଇଥିଲେ । ଜାମିନ ଅଗ୍ରାହ୍ୟ ହେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବା ଲାଗି ଆଜି ଆବେଦନ କରିବ ।
ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଆକାଶଙ୍କ ଟାଟା ମୋଟର୍ସରେ ଚାକିରି କରାଇବା ମାମଲାକୁ ସାଇବର ଅପରାଧ ଭାବେ ନେଇଛି କ୍ରାଇମବ୍ରାଞ୍ଚ ।