ସନ୍ଷ୍ଟାର ଟିଭି ବ୍ୟୁରୋ
ପ୍ରଥମଥର ପାଇଁ ଜାତିସଂଘରେ ପାକିସ୍ତାନ ପକ୍ଷରୁ ଉପସ୍ଥାପିତ ହୋଇଥିବା ପ୍ରସ୍ତାବ ଉପରେ ୧୦୦ରୁ ଅଧିକ ଦେଶ ନିଜର ମତ ରଖିନଥିଲେ । ପାରସ୍ପରିକ ତଥା ସାଂସ୍କୃତିକ କଥାବାର୍ତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ପାକିସ୍ତାନ ଏକ ପ୍ରସ୍ତାବ ଆଣିଥିଲା ଯେଉଁଥିରେ ୫୨ ଟି ଦେଶ ଅନୁପସ୍ଥିତ ଥିଲେ ଏବଂ ୫୧ ଟି ଦେଶ ଭୋଟ୍ ଦେଇନଥିଲେ । ଯେଉଁ ଦେଶମାନେ ପାକିସ୍ତାନର ପ୍ରସ୍ତାବ ଉପରେ ଜାତିସଂଘରେ ମତଦାନ କରିନାହାନ୍ତି ସେମାନଙ୍କ ଭିତରେ ଅଧିକାଂଶ ଆଫ୍ରିକି ଦେଶ ଏବଂ ଛୋଟ ଦ୍ବୀପ ଦେଶ ରହିଛି । ପାକିସ୍ତାନ ଫିଲିପାଇନ୍ସ ସହ ମିଶି ପ୍ରସ୍ତାବ ଉପସ୍ଥାପନ କରିଥିଲା । ଏହାସହ ୯୦ଟି ମତ ସହ ପାରିତ କରାଯାଇଥିଲା ।