ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୂବନେଶ୍ଵରରେ ଅନେକ ଲୋକଙ୍କୁ ରାସ୍ତା କଡ଼ରେ ଶୋଇବା ଦେଖିବାକୁ ମିଳିଥାଏ । ହେଲେ ରାଜଧାନୀରେ ଆଉ କେହି ଖୋଲା ଆକାଶ ତଳେ ଶୋଇବେ ନାହିଁ । ଏବେ ରାସ୍ତାକଡ଼ ଫୁଟପାତରେ ଶୋଇବାକୁ ମନା କରାଯାଇଛି । ଏ ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ବିଏମ୍ସି ପକ୍ଷରୁ କୁହାଯାଇଛି, ବାସହୀନ ଲୋକେ ଆଉ ଫୁଟପାଥରେ ଶୋଇବାକୁ ପଡିବ ନାହିଁ ବା ଖୋଲା ଆକାଶରେ ରହିବାକୁ ପଡିବ ନାହିଁ, ସେ ନେଇ ପଦକ୍ଷେପ ମଧ୍ୟ ନିଆଯାଇଛି । ଖୋଲା ଆକାଶ ତଳେ ଶୋଉଥିବା ଲୋକଙ୍କୁ ସଚେତନ ପୂର୍ବକ ଏକ ସ୍ୱତନ୍ତ୍ର ଗାଡ଼ିରେ ଆଶ୍ରୟସ୍ଥଳୀକୁ ନିଆଯିବାର ବ୍ୟବସ୍ଥା ମଧ୍ୟ କରାଯିବ ।
ଗୁରୁବାର ଠାରୁ ଏ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬ଜଣଙ୍କୁ ଫୁଟପାଥରୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ଏବେଠୁ ଆଉ କାହାରିକୁ ଖୋଲା ଆକାଶ ତଳେ କିମ୍ବା ଫୁଟପାଥରେ ଶୋଇବାକୁ ଦିଆଯିବ ନାହିଁ ଏବଂ ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ମିଳିଛି ।