ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକା: ଭାରତୀୟ ବଂଶଜ ତଥା ଆମେରିକା ବାସିନ୍ଦା ଗୀତାଞଳୀ ରାଓ ନିଜର ପ୍ରତିଭା ପାଇଁ ଆମେରିକାର ‘ଟାଇମ୍’ ପତ୍ରିକାରେ ‘କିଡ୍ ଅଫ ଦ ଇୟର’ ର ସମ୍ମାନ ପାଇଛନ୍ତି । ୧୫ ବର୍ଷର ଏହି ମେଧାବୀ ଛାତ୍ରୀ ଜଣେ ଯୁବ ବୈଜ୍ଞାନିକ ଓ ଆବିଷ୍କାରକ ଅଟନ୍ତି । ସେ କିନ୍ଡିଲୀ (Kindnely) ନାମରେ ଏକ ଆପ୍ ତିଆରି କରିଛନ୍ତି, ଯାହା ସାହାଯ୍ୟରେ ସାଇବର ଅପରାଧ, ନିଶାସକ୍ତ ବ୍ୟକ୍ତିଙ୍କୁ ନିଶା କରିବାରୁ ରୋକିବା ଏପରିକି ଦୂଷିତ ପାନୀୟ ଜଳକୁ ବିଶୁଦ୍ଧ କରିବା ଭଳି ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ମିଳିପାରୁଛି ।
ଟାଇମର ଏହି ଆଓ୍ଵାର୍ଡ ପାଇଁ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ଗୀତାଞଳୀଙ୍କୁ ମନୋନିତ କରାଯାଇଛି ।
ଟାଇମ ପତ୍ରିକାର ସାକ୍ଷାତକାର ସମୟରେ ଗୀତାଞଳୀ କହିଛନ୍ତି ‘ଅବଲୋକନ କର , ବିଚାର କର, ଅନୁସନ୍ଧାନ କର, ନିର୍ମାଣ କର ଏବଂ ଏହା ପରେ କୁହ । ସବୁ ସମସ୍ହାର ସମାଧାନର ବାଟ ନ ଖୋଜି ତା ଉପରେ ଧ୍ୟାନ ଦେବା ଉଚିତ ଯାହା ତୁମକୁ ପ୍ରତିକ୍ରୀୟା ପ୍ରକାଶ କରିବାକୁ ଉସ୍କେଇ ଥାଏ । ଯଦି ମୁଁ ସେ କାମ କରିପାରିବି ତ ସମସ୍ତେ କରିପାରିବେ । ଗୀତାଞଳୀ ଆଉ ମଧ୍ୟ କହିଛନ୍ତି ଯେ ଆଜିର ପିଢୀ ବହୁତ ସମସ୍ୟାର ସାମ୍ନା କରୁଛନ୍ତି ଯାହା ଆଗରୁ କେହି କରିନଥିଲେ । ଏମିତି ଅନେକ ସମସ୍ୟା ରହିଛି ଯାହା ପୂର୍ବରୁ ରହିଛି କିନ୍ତୁ ତାହାକୁ ସମାଧାନ କରିବା ଆଜିର ପିଢୀର କାମ ଅଟେ ।
Introducing the first-ever Kid of the Year, Gitanjali Rao https://t.co/Hvgu3GLoNs pic.twitter.com/4zORbRiGMU
— TIME (@TIME) December 3, 2020