ସନ୍ଷ୍ଟାର ଟିଭି ବ୍ୟୁରୋ
ବିଶ୍ଵର ସବୁଠାରୁ ବଡ଼ ବିଶାଳକାୟ ଟେଲିସ୍କୋପ୍ Arecibo ସମ୍ପୂର୍ଣ୍ଣ ଭୂଶୁଡି ପଡିଛି । ଏହି ଟେଲିସ୍କୋପ୍ ପୋର୍ଟ ରିକୋରେ ଥିଲା, ଯାହା ସାରା ବ୍ରହ୍ମାଣ୍ଡର ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଅତି ସହଜରେ ବୈଜ୍ଞାନିକମାନେ ପାଇପାରୁଥିଲେ । ତେଣୁ ବିଜ୍ଞାନ ଜଗତ ସହ ଜଡିତ ଲୋକମାନେ ଏବେ ବହୁତ ଚିନ୍ତାରେ ପଡିଛନ୍ତି । ଅଧା ଶତାବ୍ଦୀରୁ ମଧ୍ୟ ଅଧିକ ସମୟ ଧରି ପୃଥିବୀପୃଷ୍ଠରେ ବସି ମହାକାଶର ରହସ୍ୟକୁ ଜାଣିବା ଏବଂ ସୂଚନା ଦେଉଥିବା ଏହି Areciboର ଭାଙ୍ଗିବା ନେଇ ସମସ୍ତ ବୈଜ୍ଞାନିକ ଦୁଃଖ ପ୍ରକାଶ କରିଛନ୍ତି । ଏହା ସେମୀନଙ୍କ ପାଇଁ ଏକ ବିରାଟ କ୍ଷତି ବୋଲି କୁହାଯାଇ ପାରିବ। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଏହି ଟେଲିସ୍କୋପ୍କୁ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ବୈଜ୍ଞାନିକମାନେ ଏହାକୁ ବିଶ୍ୱର ସବୁଠାରୁ ବଡ ରେଡିଓ ଟେଲିସ୍କୋପ୍ ବୋଲି ମାନୁଥିଲେ ।
Arecibo ମାଧ୍ୟମରେ ବୈଜ୍ଞାନିକମାନେ ମହାକାଶରେ ବୁଲୁଥିବା ବିଶାଳ ସ୍ପେଶ୍ ରକ୍ସର ଅଧ୍ୟୟନ କରୁଥିଲେ । ଏହାର ସ୍ଥାନ ଆଉ କୌଣସି ଦ୍ୱିତୀୟ ଟେଲିସ୍କୋପ୍ ନେଇପାରିବନି ବୋଲି କୁହାଯାଉଛି । ଏହାର ରଡାର ଟ୍ରାନ୍ସମିଟର କୌଣସି ଅବଜେକ୍ଟ ଦିଗରେ ଲାଇଟ୍ ପଠାଉଥିଲା ଯାହା ମାଡ ହୋଇ ରିଟର୍ଣ୍ଣ କରୁଥିଲା ଏବଂ ଏହାର ରେଡିଓ ଡିଶ୍ ଏହି ସିଗନାଲକୁ ଧରୁଥିଲା । ଏଥିରେ ବୈଜ୍ଞାନିକମାନେ ଗ୍ରହାଣୁର ସ୍ଥିତି, ଆାକାର ସମ୍ପର୍କରେ ଜାଣିପାରୁଥିଲେ । କୁହାଯାଉଛି Arecibo ବହୁତ ଜର୍ଜରିତ ଅବସ୍ଥାରେ ଥିଲା । Arecibo ର ମେନ୍ କେବଲ ନଭେମ୍ବର ଆରମ୍ଭରେ ଛିଣ୍ଡି ଯାଇଥିଲା ।