ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ : ଜଣାଶୁଣା ଅଭିନେତା ସୁପରଷ୍ଟାର ରଜନୀକାନ୍ତ ଏବେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିବେ। ଦୀର୍ଘ ଦିନଧରି ଚାଲିଥିବା ଚର୍ଚ୍ଚାର ଏବେ ଅବସାନ ଘଟିଛି। ରଜନୀକାନ୍ତ ଗୁରୁବାର କହିଛନ୍ତି, ସେ ଜାନୁଆରୀ ୨୦୨୧ରେ ନିଜର ନୂତନ ରାଜନୈତିକ ଦଳ ଆରମ୍ଭ କରିବେ ଓ ଏହାର ନାଁ ସେ ୩୧ ଡିସେମ୍ବରରେ ଘୋଷଣା କରିବେ। ସୂଚନାଯୋଗ୍ୟ , ତାଙ୍କ ପକ୍ଷରୁ ରାଜନୀତିରେ ପ୍ରବେଶ କରିବାର ନିଷ୍ପତ୍ତି ଖୁବ୍ ବିଚାର-ବିମର୍ଷ ପରେ ସାମନାକୁ ଆସିଛି। ରଜନୀକାନ୍ତଙ୍କ ଏହି ନିଷ୍ପତ୍ତି ଏଥିପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ସେ ଏହି ନିର୍ବାଚନ ମଧ୍ୟ ଲଢିପାରନ୍ତି।