ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇ ନେଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ୪ ଟି ଚାରିଚକିଆ ଯାନରେ ନିଜକୁ କ୍ରାଇମ୍ବାଞ୍ଚ ବା ପୋଲିସର ନାମ କହି ଉଠାଇ ନେଇଥିବା କହିଛନ୍ତି । କିଛି ବୁଝିବା ପୂର୍ବରୁ ଟାଣି ଟାଣି ନେଇଯାଇଥିଲେ । ନକ୍ସଲଙ୍କ ପରି ଉଠାଇ ନେଇଥିବା କହିଛନ୍ତି ସୁଜାତା ସେମାନଙ୍କ ସହିତ କିଛି ମହିଳା ମଧ୍ୟ ଥିଲେ ।
ତେବେ ସୁଜାତା ସେ ଗାଡିକୁ ଅନୁକରଣ କରିଥିଲେ ମଧ୍ୟ ଗାଡିଟି କ୍ରାଇମ୍ବାଞ୍ଚ ଅଫିସରେ ପହଞ୍ଚି ନଥିଲା । ସେ ଏହାକୁ ରାଜନୈତିକ ଷଡଯନ୍ତ୍ର କହିବା ସହିତ ନିଜ ସ୍ଵାମୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ସୁଜାତା ।