ସନ୍ଷ୍ଟାର ଟିଭି ବ୍ୟୁରୋ
ଗତ କିଛି ଦିନ ସୋନପୁରରେ ସବୁଠୁ ବେଶୀ ଥଣ୍ଡା ଅନୁଭୁତ ହେଉଥିଲା । କିନ୍ତୁ କାଲି ରାତିରେ ସୋନପୁରଠୁ ଅଧିକ ଶୀତ ଅନୁଭୁତ ହୋଇଛି ଫୁଲବାଣୀରେ । ତେବେ ଫୁଲବାଣୀର ତାପମାତ୍ରା ୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟର ଅନ୍ୟ ସହର ଗୁଡିକର ତାପମାତ୍ରା ମଧ୍ୟ ହ୍ରାସ ପାଉଛି । ରାଜ୍ୟର ୧୭ ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ସୋନପୁର ୯, ଅନୁଗୁଳ ୧୧, ଦାରିଙ୍ଗବାଡି ୧୦, ବାରିପଦା୧୨.୩, ଭବାନୀପାଟଣା ୧୦, କେନ୍ଦୁଝର ୧୨.୮, ତାଳଚେର ୧୨.୩, କୋରାପୁଟ ୧୩, ଝାରସୁଗୁଡା ୧୨. ୮, ସୁନ୍ଦରଗଡ ୧୪, ବୌଦ୍ଧ ୧୪.୫, କଟକ ୧୪.୫, ଟିଟିଲାଗଡ ୧୪.୫ , ଚାନ୍ଦବାଲି ଏବଂ ସମ୍ଵଲପୁର ୧୪.୪ ଓ ରାଜଧାନୀ ଭୁବନେଶ୍ଵରରେ ୧୫.୪ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଛି । ତେବେ ଆହୁରି ୪ ରୁ ୫ ଦିନ ଶୀତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ କୁହାଯାଇଛି ।
#ଫୁଲବାଣୀ ୮.୮ #ସୋନପୁର ୯ #ଦାରିଙ୍ଗବାଡି ୧୦ #ଭବାନୀପାଟଣା ୧୦ #ଅନୁଗୁଳ ୧୧ #ତାଳଚେର ୧୨.୩ #କେନ୍ଦୁଝର ୧୨.୮ #ଝାରସୁଗୁଡା ୧୨.୮ #କୋରାପୁଟ ୧୩ #ବାରିପଦା ୧୩.୫ #ସୁନ୍ଦରଗଡ ୧୪ #ବଲାଙ୍ଗୀର ୧୪ #ହୀରାକୁଦ ୧୪.୩ #ସମ୍ବଲପୁର ୧୪.୪ #ବୌଦ୍ଧ ୧୪.୫ #କଟକ ୧୪.୫ ଏବଂ #ଟିଟିଲାଗଡ ରେ ୧୪.୫ ଡ଼ିଗ୍ରୀ
#ଭୁବନେଶ୍ୱର ୧୫.୪ଡ଼ିଗ୍ରୀ pic.twitter.com/MxdlJYiM0c
— Meteorological Centre, Bhubaneswar (@mcbbsr) December 3, 2020