ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଇସ୍ରାଏଲରେ ପୁଣିଥରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟ। ତେଣୁ ପୁଣିଥରେ ଇସ୍ରାଏଲରେ ନିର୍ବାଚନ ହେବା ନେଇ ଶୁଣିବାକୁ ମିଳିଛି । ଦେଶର ସଂସଦ ଭାଙ୍ଗିବା ପାଇଁ ବୁଧବାର ଦିନ ପ୍ରାଥମିକ ମତଦାନ ପାରିତ ହୋଇଛି। ଯାହାଫଳରେ ଦେଶବାସୀ ୨ବର୍ଷରେ ୪ର୍ଥ ନିର୍ବାଚନର ସାମ୍ନା କରି ପାରନ୍ତି। ଏଥିସହ ସରକାର ଭାଙ୍ଗିଯିବାର ଆଶଙ୍କା କରାଯାଉଛି।
୧୨୦ ସଦସ୍ୟ ବିଶିଷ୍ଟ ସଂସଦ ଭଙ୍ଗ କରିବା ସମକ୍ଷରେ ୬୧ଟି ମତଦାନ ରହିଛି ଏବଂ ବିପକ୍ଷରେ ୫୪ ଭୋଟ ପଡ଼ିଛି। ଏହି ପ୍ରସ୍ତାବ ସଂସଦରେ ଆଗତ ହେବା ପରେ ଏହି ବିଷୟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।