ସନ୍ଷ୍ଟାର ଟିଭି ବ୍ୟୁରୋ
ପାରାଦୀପ: ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନତି ପାଇଁ ଏକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦକୁ ନେଇ ନିଜ ରୋଜଗାରର ମାଧ୍ୟମ କରୁଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ୧୫ଟି ଅନଲାଇନ୍ ସେବା ଲୋକାର୍ପିତ କରିଛନ୍ତି । ଆଉ ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛଚାଷ ନିମନ୍ତେ ଉଦ୍ୟୋଗୀମାନଙ୍କ ସହ ଚୁକ୍ତିପତ୍ର ସ୍ଵାକ୍ଷର କରିଥିଲେ । ଓଡିଶା ସରକାରଙ୍କ ୫ ଟି ଉପକ୍ରମ ଅଧିନରେ ଏହି କାର୍ଯ୍ୟ କରାଯିବ । ତେବେ ଆଜି ସନ୍ଧ୍ୟା ୫ ଟାରେ ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ଓଡିଶାର ଲୋକ ସୂଚନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭିଡିଓ କନଫରସିଙ୍ଗ ମାଧ୍ୟମରେ ଏହି କାର୍ଯ୍ୟ ମୁଖ୍ୟମନ୍ତ୍ରୀ ସମାପନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମତ୍ସ୍ଯ ଓ ପ୍ରାଣୀ ସମ୍ପଦ କ୍ଷେତ୍ରର ଚାଷୀଙ୍କ ପାଇଁ ୧୫ଟି ଅନଲାଇନ୍ ସେବା ଲୋକାର୍ପିତ କରିବେ। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ସଦୟ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛଚାଷ ନିମନ୍ତେ ଉଦ୍ୟୋଗୀମାନଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରାଯିବ। #5Ts pic.twitter.com/zjo1GDJquZ
— I & PR Department, Odisha (@IPR_Odisha) December 3, 2020