ସନ୍ଷ୍ଟାର ଟିଭି ବ୍ୟୁରୋ
କ୍ୟାନବେରା: ଅଷ୍ଟ୍ରେଲିଆର କ୍ୟାନବେରା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଦିନିକିଆ ସିରିଜର ତୃତୀୟ ମ୍ୟାଚ ଖେଳିବା ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦିନିକିଆ ମ୍ୟାଚରେ ୧୨୦୦୦ ରନ୍ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ମାତ୍ର ୨୪୨ ଟି ଦିନିକିଆ ମ୍ୟାଚ ଖେଳି ଏହି ସଫଳତା ହାସଲ କରିବାରେ ସେ ସର୍ବପ୍ରଥମ ଖେଳାଳୀ ହୋଇପାରିଛନ୍ତି । ପୂର୍ବରୁ ଏହି ରେକର୍ଡଟି କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା । ମାଷ୍ଟର ବ୍ଲାଷ୍ଟର ୩୦୦ ଟି ମ୍ୟାଚ ଖେଳି ୧୨୦୦୦ ରନ୍ ପୂରଣ କରିପାରିଥିଲେ ।
ସଚିନଙ୍କ ପରେ ଏହି ରନ୍ ହାସଲ କରିବାରେ ଅଷ୍ଟ୍ରେଲିଆ କ୍ରିକେଟର ରିକି ପଣ୍ଟିଙ୍ଗ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ସେ ୩୧୪ ଟି ମ୍ୟାଚ ଖେଳି ୧୨୦୦୦ ରନ୍ ସଂଗ୍ରହ କରିପାରିଥିଲେ । ତେବେ ତାଙ୍କ ପଛକୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୩୩୬ ଟି ମ୍ୟାଚରେ ଏହି ରନ୍ ସଂଗ୍ରହ କରିଥିଲେ ।
ସେହିପରି ପୂର୍ବ ମ୍ୟାଚରେ ମଧ୍ୟ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରଙ୍କ ମଧ୍ୟରେ ୨୨୦୦୦ ରନ୍ କରି ମଧ୍ୟ ଆଉ ରେକର୍ଡ ନିଜ ନାମରେ କରିଥିଲେ । ପୂର୍ବ ମ୍ୟାଚରେ ଭାରତକୁ ପରାଜୟ ହେବାକୁ ପଡିଥିଲେ ମଧ୍ୟ କୋହଲିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଖୁବ ଭଲ ରହିଥିଲା ।