ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ଜନ ଗଣ ମନ ଅଧି….’କୁ ପରିବର୍ତ୍ତନ କରିବାକୁ ଦାବି ହୋଇଛି । ଭାଜପା ସଦସ୍ୟ ସୁବ୍ରମଣ୍ୟମ ସ୍ଵାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି । ସୋସିଆଲ ମିଡିଆରେ ଏହି ଚିଠିକୁ ସେୟାର କରିଛନ୍ତି ସୁବ୍ରମଣ୍ୟମ । ସେ କହିଛନ୍ତି ଯେ ୧୯୪୯ ନଭେମ୍ଵର ୨୬ରେ ବିନା ଭୋଟିଂରେ ରାଷ୍ଟ୍ରଗାନକୁ ସ୍ଵୀକୃତି ମିଳିଥିଲା । ସେହି ସମୟରେ କୁହାଯାଇଥିଲା ଯେ ଆବଶ୍ୟକ ପଡିଲେ ଏହାକୁ ପରିବର୍ତ୍ତନ ମଧ୍ୟ କରାଯିବ । ‘ଜନ ଗଣ ମନ ଅଧି ‘ସଙ୍ଗୀତରେ ‘ସିନ୍ଧୁ’ ପରି ଅନେକ ଶବ୍ଦ ଅଛି ଯାହାର ଅର୍ଥ ସ୍ଵାଧିନତା ପରବର୍ତ୍ତି ସମୟରେ ବଦଳିଯାଇଛି । ତେବେ ଏହା ପରିବର୍ତ୍ତେ ସୁବାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନ୍ୟାସନାଲ ଆର୍ମୀ (ଆଇଏନ୍ଏ) ର ‘ଜନ ଗଣ ମନ ଅଧି’ ସଙ୍ଗୀତକୁ ରାଷ୍ଟ୍ରୀୟ ସଙ୍ଗୀତ ଭାବେ ଗାନ କରାଯାଇ ହେବ ।