ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ସଂକ୍ରମଣକୁ ୯୫ ପ୍ରତିଶତରୁ ଅଧିକ ସଫଳ ଭାବେ ପ୍ରତିହତ କରିପାରୁ ଥିବା ଫାଇଜର୍ ଟିକାକୁ ବ୍ରିଟେନ୍ରେ ଅନୁମତି ପ୍ରଦାନ କରାଯାଇଛି। ବ୍ରିଟନର ସରକାରୀ ସଂସ୍ଥା ମେଡିସିନ୍ ଆଣ୍ଡ ହେଲ୍ଥ କେୟାର ପ୍ରଡକ୍ଟ ରେଗୁଲେଟାରି ଏଜେନ୍ସି ଏହି ଟିକାକୁ ସବୁଜ ସଙ୍କେତ ଦେଇଛନ୍ତି । ପ୍ରଥମେ ବ୍ରିଟେନ୍ର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ଆସନ୍ତା ସପ୍ତାହରୁ ସମସ୍ତ ସରକାରୀ ଡାକ୍ତରଖାନା ବା ଏନ୍ଏଚ୍ଏସ୍ମାନଙ୍କରେ ଏହା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଦାନ କରାଯିବ ।