ସନ୍ଷ୍ଟାର ଟିଭି ବ୍ୟୁରୋ
ୟାହୁ ୨୦୨୦ ପାଇଁ ମୋଷ୍ଟ ସର୍ଚ୍ଚ ପର୍ସନାଳିଟି-୨୦୨୨୦ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତରେ ସର୍ବାଧିକ ଖୋଜା ଯାଇଥିବା ଲୋକଙ୍କ ତାଲକା ପ୍ରକାଶ ପାଇଛି। ଏହି ୟାହୁ ତାଳିକାରେ ଏ ବର୍ଷ ସବୁଠୁ ଅଧିକା ସର୍ଚ୍ଚ କରାଯାଇଥିବା ସେଲିବ୍ରିଟିଙ୍କ ମଧ୍ୟରେ ମୃତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କେବଳ ସୁଶାନ୍ତ ନୁହେଁ, ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ୟାହୁର ୨୦୨୦ ବର୍ଷ ସମୀକ୍ଷା ତାଲିକାରେ ଯେଉଁମାନେ ବର୍ଷସାରା ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ।
ଅନ୍ୟପକ୍ଷରେ ଏହି ତାଲିକାରେ ଦର୍ଶାଯାଇଛି ଯେ, ୨୦୧୭ ପରଠାରୁ ଏହା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିପାରିନାହାଁନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ରିୟା ଚକ୍ରବର୍ତ୍ତୀ ତୃତୀୟ ସ୍ଥାନରେ ଅଛନ୍ତି । ବହୁ ଖୋଜା ଯାଇଥିବା ମହିଳା ସେଲିବ୍ରେଟି ତାଲିକାରେ ରିୟା ଚକ୍ରବର୍ତ୍ତୀ ପ୍ରଥମ ସ୍ଥାନରେ ଅଛନ୍ତି ।