ସନ୍ଷ୍ଟାର ଟିଭି ବ୍ୟୁରୋ
କ୍ୟାନବେରା: ଆନ୍ତର୍ଜାତୀୟ ଦିନିକିଆ ସିରିଜର ଶେଷ ମ୍ୟାଚରେ ଭାରତୀୟ ଦଳ ବିଜୟଲାଭ କରିଛି । ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ । ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ବିନିମୟରେ ୩୦୨ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ୩୦୩ ରନର ଟାର୍ଗେଟ୍ ଦେଇଥିଲେ ।
ଭାରତ ପକ୍ଷରୁ ଶିଖର ଧୱନ୍ ଓ ଶୁବମନ୍ ଗିଲ୍ ଇନିଂସ ଆରମ୍ଭ କରିଥିଲେ। ତେବେ ଶିଖର ଧୱନ୍ ମାତ୍ର ୧୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରି ୬୩ ରନ୍ ସଂଗ୍ରହ କରିଥିଲେ । ଶୁବମନଙ୍କ ପରେ ଶ୍ରେୟସ ଆୟାର ପଡ଼ିଆକୁ ଆସି ମାତ୍ର ୧୯ ରନ୍ କରିଥିବା ବେଳେ ଉଇକେଟ୍ ହରାଇଥିଲେ । ତାଙ୍କ ପରେ କେ.ଏଲ୍. ରାହୁଲ୍ ବ୍ୟାଟିଂ କରିବାକୁ ଆସି ମାତ୍ର ୫ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ଭାରତୀୟ ବ୍ୟାଟିଂକୁ ଆଗକୁ ନେଇଥିଲେ। ପାଣ୍ଡ୍ୟା ସର୍ବାଧିକ ୯୨ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ଜାଡେଜା ୫୦ ବଲ ଖେଳି ୬୬ ରନ୍ କରିଥିଲେ ।
ଅଷ୍ଟ୍ରେଲିଆ ଦଳର ଅଧିନାୟକ ଏ.ଫିନ୍ଚ ୮୨ ବଲ୍ରେ ୭୫ରନ୍, ମାର୍ନସ ଲାବୁସାନ୍ ୧୩ ବଲ୍ରେ ୭ ରନ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ୩୮ ବଲ୍ରେ ୫୯ ରନ କରିଥିଲେ । ତେବେ ୪୯.୩ ଓଭର ଶୁଦ୍ଧା ଅଲ୍ଆଉଟ ହୋଇ ୨୮୯ ରନ କରି ପରାଜିତ ହୋଇଥିଲେ ।
ତେବେ ଏହି ମ୍ୟାଚରେ ମ୍ୟାନ ଅଫ୍ ଦ ମ୍ୟାଚ ହାର୍ଦ୍ଦିକ ପ୍ୟାଣ୍ଡ୍ୟା ଓ ମ୍ୟାନ ଅଫ୍ ଦ ସିରିଜ ଷ୍ଟିଭେନ ସ୍ମିଥ୍ ହୋଇଛନ୍ତି ।