ସନ୍ଷ୍ଟାର ଟିଭି ବ୍ୟୁରୋ
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଚୀନ୍ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରୁ ପଥରର ନମୁନା ସଂଗ୍ରହ କରିବ। ଏହାପୂର୍ବରୁ, ୧୯୭୬ ମସିହାରେ ଆମେରିକା କରିଥିଲା। ଚୀନ୍ର ସ୍ପେସକ୍ରାଫ୍ଟ ଚାଙ୍ଗ’ଇ-୫ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଅର୍ଥାତ ୧ ଡିସେମ୍ବର ରାତି ପ୍ରାୟ ୮ଟା ୪୫ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫଳତାର ସହିତ ଅବତରଣ କରିଥିଲା। ଏହି ଯାନକୁ ୨୩ ନଭେମ୍ବରରେ ଚୀନ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା। ଚୀନର ଚାଙ୍ଗ’ଇ-୫ ରୋବୋଟିକ୍ ସ୍ପେସକ୍ରାଫ୍ଟ (Chang’e-5 Spacecraft) ଚନ୍ଦ୍ର ପୃଷ୍ଠରେ ଏଭଳି ସ୍ଥାନରେ ଓହ୍ଲାଇଥିଲା ଯେଉଁଠିକୁ ପୂର୍ବରୁ କୌଣସି ମିଶନ୍ ପଠାଯାଇନଥିଲା। ଏହି ରୋବୋଟିକ୍ ସ୍ପେସକ୍ରାଫ୍ଟ କିଛି ସପ୍ତାହ ପରେ ପୃଥିବୀ ପୃଷ୍ଠକୁ ଫେରିଆସିବ। ଏହା ସହିତ ଚନ୍ଦ୍ରର ମାଟି ପୁଣିଥରେ ଫେରିବ। ଅର୍ଥାତ ୧୯୭୬ ପରେ ପ୍ରଥମ ଥର ପୃଥିବୀର ଲୋକ ଚନ୍ଦ୍ରପୃଷ୍ଠର ମାଟି ଦେଖିବେ।