ସନ୍ଷ୍ଟାର ଟିଭି ବ୍ୟୁର
ନୂଆଦିଲ୍ଲୀ: ଡିସେମ୍ବର ୭ ରେ ସଶସ୍ତ୍ର ସେନା ପତାକା ଦିବସ ପାଳନ କରାଯାଏ । ଏହି ଦିବସରେ ଦେଶକୁ ରକ୍ଷା କରିବାକୁ ଯାଇ ସହୀଦ ବା ବୀର ଯବାନମାନଙ୍କୁ ମନେ ପକାଇବା ବା ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିନକୁ ପାଳନ କରାଯାଏ । ତେବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଟୁଇଟ କରି ଭାରତର ନାଗରିକମାନଙ୍କୁ ଏହି ବିଷୟରେ ଜଣାଇବା ସହ ସେମାନଙ୍କ ପ୍ରତି ନାଗରିକମାନଙ୍କ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ ସ୍ଵାଧିନତା ପର ଠାରୁ ଅନେକ ଯବାନ ଦେଶକୁ ରକ୍ଷା କରିବାକୁ ଯାଇ ଯୁଦ୍ଧର ସାମ୍ନା କରି ସହୀଦ ହୋଇଛନ୍ତି ଓ ଅକର୍ମଣ୍ୟ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ଓ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ରାଷ୍ଟ୍ରୀୟ ଦ୍ଵାୟିତ୍ଵ ଅଟେ । ସେମାନଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ମଧ୍ୟ ଭାରତୀୟମାନଙ୍କ କର୍ତ୍ତବ୍ୟ । ସହୀଦ ତଥା ପୁର୍ବତନ ସୈନିକମାନଙ୍କୁ କଲ୍ୟାଣ କରିବାକୁ ଆର୍ମଡ୍ ଫୋରସ ଫ୍ଲାଗ ଡେ ପାଣ୍ଠିରେ ଅର୍ଥ ଦାନ କରିବାକୁ କହିଛନ୍ତି ରାଜନାଥ ସିଂ ।
On the occasion of Armed Forces Flag Day on December 07, I appeal to everyone to contribute towards #ArmedForcesFlagDay fund. Let us express our commitment to our country and the Armed Forces. The contributions will be used for the welfare of Ex-Servicemen and their families. pic.twitter.com/6BouzmDSpA
— Rajnath Singh (@rajnathsingh) December 2, 2020