ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି କୃଷକ ମାନଙ୍କର ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ସେମିତି ଜାରି ରହିଛି । ଗତ ମଙ୍ଗଳବାର ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଅଧିକ ଉଗ୍ର ହୋଇଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ(ୟୁପି) ସୀମାରେ ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। ଦିଲ୍ଲୀର ଜନ୍ତରମନ୍ତରଠାରେ ସେମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଗତ ମଙ୍ଗଳବାର ସିନ୍ଧୁ ଏବଂ ଟିକରୀ ସୀମା ସହିତ ନୋଏଡା-ଚିଲ୍ଲା ସୀମାକୁ ବି ସିଲ୍ କରିଦିଆଯାଇଛି।
ଚିଲ୍ଲା ସୀମା ପଟୁ ବହୁ ସଂଖ୍ୟାରେ ଚାଷୀ ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେମାନେ ସୀମା ନିକଟରେ ଥିବା ଗୌତମ ବୁଦ୍ଧ ଦ୍ବାର ପର୍ଯ୍ୟନ୍ତ ପହଞ୍ଚି ସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୋଏଡା ଲିଙ୍କ୍ ରୋଡ୍ ନିକଟରେ ଚିଲ୍ଲା ସୀମାକୁ ବୁଧବାର ବନ୍ଦ କରିଦିଆଯାଇଛି। ୨୪ ନମ୍ବର ଜାତୀୟ ରାଜପଥ ନେଇ ନୋଏଡା ଯିବା ଲାଗି ଲୋକଙ୍କୁ କୁହାଯାଉଛି।