ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭାରତୀୟ କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଛଅଟି ରାଜ୍ୟରେ ଗୁରୁତର ରୋଗରେ ପୀଡିତ ୧୦୦ ଜଣ ଶିଶୁ ଯେଉଁମାନେ କି ଅନ୍ୟ ମାନଙ୍କ ଠାରୁ କୌଣସି ସୁବିଧା ସୁଯୋଗ ପାଉନାହାନ୍ତି ସେମାନଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା କରିବେ ବୋଲି କହିଛନ୍ତି । ତେନ୍ଦୁଲକରଙ୍କ ସହଭାଗିତାରେ ଏକାମ ନାମକ ଏକ ଫାଉଣ୍ଡେସନ ସଂସ୍ଥା ରହିଛି । ଯାହା ସରକାରୀ ଏବଂ ଟ୍ରଷ୍ଟ ହସ୍ପିଟାଲରେ ଚିକିତ୍ସା ଗ୍ରହଣ କରୁଥିବା ପିଲାମାନଙ୍କ ଉପରେ ଧ୍ୟାନ ଦେଇଥାଏ । ଫାଉଣ୍ଡେସନ ମାଧ୍ୟମରେ ତେନ୍ଦୁଲକରଙ୍କ ସହାୟତା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ପିଲାମାନଙ୍କ ନିକଟରେ ପହଞ୍ଚିଥାଏ । ଫାଉଣ୍ଡେସନ ମାଧ୍ୟମରେ ସଚିନ ତେନ୍ଦୁଲକରଙ୍କ ସହଭାଗିତା ଅତ୍ୟନ୍ତ ଫଳପ୍ରଦ ହୋଇଛି ଏବଂ ସଚିନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ଭଲ କାମ କରୁଛନ୍ତି । ସମସ୍ତ ସୁବିଧାରୁ ବଞ୍ଚିତ ରହିଥିବା ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସଂସ୍ଥା କାର୍ଯ୍ୟ କରୁଛି ବୋଲି ଏକାମ୍ ଫାଉଣ୍ଡେସନ ପରିଚାଳନା ସହଯୋଗୀ ଅମିତା ଚାଟାର୍ଜୀ କହିଛନ୍ତି । ଏହାପୂର୍ବରୁ ତେନ୍ଦୁଲକର ଆସାମର କରିମ୍ଗଞ୍ଜ ଜିଲ୍ଲାର ମାକୁଣ୍ଡା ହସ୍ପିଟାଲକୁ ଶିଶୁଙ୍କ ଯନ୍ତ୍ରପାତି ଲାଗି ସହାୟତା କରିଥିଲେ । ଏଥିରେ ପ୍ରତିବର୍ଷ ୨୦୦୦ରୁ ଅଧିକ ପିଲା ଉପକୃତ ହେବେ ବୋଲି ଆଶା କରାଯାଇଛି ।