ସନ୍ଷ୍ଟାର ଟିଭି ବ୍ୟୁରୋ
ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଦିନକୁ ଦିନ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଭରତକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ବ୍ରହ୍ମପୁତ୍ର ନଦୀରେ ଦେଶର ଦୀର୍ଘତମ ସଡ଼କ ସେତୁ ନିର୍ମାଣ କରିବାକୁ ଯାଉଛନ୍ତି । ଆସାମ-ମେଘାଳୟକୁ ସଂଯୋଗ କରୁଥିବା ଏହି ସେତୁର ଲମ୍ବ 18 କିଲୋମିଟରରୁ ଅଧିକ ହେବ | ଏହା ଚୀନ୍ ଏବଂ ବାଂଲାଦେଶ ସୀମାରେ ପହଞ୍ଚିବା ପାଇଁ ଏକ ନୂତନ ରାସ୍ତା ଯୋଗାଇବ | ଏହି ସେତୁକୁ ରଣନୈତିକ ଏବଂ ସାମାଜିକ ଦୃଷ୍ଟିରୁ ନିର୍ମାଣ କରିବା ସହ ଆବଶ୍ୟକସ୍ଥଳେ ସାମରିକ ଯାନ, ଲଜିଷ୍ଟିକ୍ସ ଏବଂ ବାଣିଜ୍ୟିକ ଯାନଗୁଡିକ ଖୁବ ଶୀଘ୍ର ନିଜ ଲକ୍ଷ୍ୟସ୍ଥଳରେ ପହଁଞ୍ଚି ପାରିବ | ଏଥି ସହିତ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଅର୍ଥନୈତିକ କାର୍ଯ୍ୟକଳାପ ଗତି ମଧ୍ୟ ବୃଦ୍ଧି ପାଇବ । ଚଳିତ ସପ୍ତାହରେ ହିଁ ଏହି ସେତୁର ଭିତ୍ତିଭୂମି ନିର୍ମାଣ କରିବାକୁ ଥିବା କମ୍ପାନୀକୁ ଆସାମର ଧୁବ୍ରିରୁ ମେଘାଳୟର ଫୁଲୱାରୀ ପର୍ଯ୍ୟନ୍ତ (NH ନଂ 127B) ମଧ୍ୟରେ ଏକ ସଡକ ନିର୍ମାଣ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଛି ବୋଲି ଶୁଣିବାକୁ ମିଳୁଛି ।
ଏହି ସେତୁର ନିର୍ମାଣ କାର୍ଯ୍ୟ ନୂଆ ବର୍ଷରୁ ଆରମ୍ଭ ହେବ ଏବଂ ଏହା 2026-27 ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି | ଏହି ସେତୁରେ ପାଖାପାଖି ମୂଲ୍ୟ ପ୍ରାୟ 5000 କୋଟି ଟଙ୍କା ହେବାର ସୂଚନା ରହିଛଇ । ଏହି ଯୋଜନା ଅନୁଯାୟୀ 12.62 କିଲୋମିଟର ଲମ୍ବା ବ୍ରିଜ୍, ଧୁବ୍ରି ପଟରୁ 3.5 କିଲୋମିଟର ଏବଂ ଫୁଲୱାରୀ ପଟକୁ 2.2 କିଲୋମିଟର ରାସ୍ତା ନିର୍ମାଣ ହେବ ଯାହା ବ୍ରିଜକୁ ସଂଯୋଗ କରିବ । ଭାରତର ଏହି ପ୍ରକଳ୍ପ ଚୀନକୁ ଏକ ବଡ଼ ଝଟକା ଦେବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।