ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତ ସରକାର ସୀମାରେ ଗବେଷଣା ଜାରି ରଖିବା ସହିତ ଏଲ୍ଓସି ଓ ଏଲ୍ଏସି ଉପରେ କଡା ନଜର ରଖିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପାଇଁ କାର୍ଯ୍ୟରତ ସଂସ୍ଥା ଡିଆର୍ଡିଓ ନିଜର ୨ ଟି ଗବେଷଣାଗାରକୁ ମିଶାଇ ଏକ ବଡ ଗବେଷଣାଗାର କରିଛି । ଏହି ଲ୍ୟାବ ଅରୁଣାଚଳପ୍ରଦେଶ ଠାରୁ ଆରମ୍ଭ କରି ଲଦାଖ ଅଞ୍ଚଳରେ ଗବେଷଣା କରିବା । ଏହା ସହିତ ଏସବୁ ଅଞ୍ଚଳରେ ଥିବା ଅନ୍ତର୍ଜାତୀୟ ସୀମାରେ ହେଉଥିବା ଶତ୍ରୁ କାର୍ଯ୍ୟକଳାପ ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ରଖିବାକୁ ସକ୍ଷମ ହେବ । ଡିଆରଡିଓ ପକ୍ଷରୁ ମନାଲିଠାରେ ଥିବା ବରଫ ଏବଂ ହିମସ୍ଖଳନ ଅଧ୍ୟୟନ ସଂସ୍ଥା ଏବଂ ଦିଲ୍ଲୀଠାରେ ଥିବା ରକ୍ଷା ଭୁଭାଗ ଗବେଷଣା ପ୍ରୟୋଗଶାଳାକୁ ମିଶାଇ ଡିଫେନ୍ସ ଜିଓ ଇନ୍ଫରମେଟିକ୍ସ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ ସ୍ଥାପନା କରାଯାଇଛି । ଏହି ଲ୍ୟାବ ପାକିସ୍ତାନ ଏବଂ ଚୀନର ପ୍ରତିଟି କାର୍ଯ୍ୟ ଉପରେ ଦୃଷ୍ଟି ରଖିପାରିବ ବୋଲି କୁହାଯାଉଛି ।