ସନ୍ଷ୍ଟାର ଟିଭି ବ୍ୟୁରୋ
ଆଣ୍ଟି ସିପ୍ ଭର୍ସନ ସୁପରସୋନିମ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ ଶେଷ ହୋଇଛି । ଆଇଏନ୍ଏସ୍ ରଣବିଜୟରୁ ଉତ୍କ୍ଷେପଣ ହୋଇଛି ଏହି ମିସାଇଲ । ଭାରତୀୟ ନୌସେନା ପକ୍ଷରୁ ଏହାର ସଫଳ ଉତ୍କ୍ଷେପଣ କରାଯାଇଛି । ପଡୋଶୀ ଶତ୍ରୁ ଦେଶ ସହ ଉତ୍ତେଜନା ଜାରି ରହିବା ମଧ୍ୟରେ ବଢ଼ିବାରେ ଲାଗିଛି ଭାରତର ଶକ୍ତି । ଏହି କ୍ରମରେ ଆଜି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପରିଚାଳିତ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ଆଣ୍ଟି ଜାହାଜ ସଂସ୍କରଣ ପରୀକ୍ଷା ଶେଷ ହୋଇଛି । ଏହି ପରୀକ୍ଷା ଭାରତୀୟ ନୌସେନା ଦ୍ୱାରା ପରିଚାଳିତ ପରୀକ୍ଷଣର ଏକ ଅଂଶ ବିଶେଷ ବୋଲି ଜଣାଯାଇଛି । ଏହି ମିସାଇଲ୍କୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଥିବା ନେଇ ରିପୋର୍ଟ ମିଳିଛି ।