ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ସଂକ୍ରମଣ ପ୍ରତିକାର ପାଇଁ ଆୟୁର୍ବେଦିକ ଔଷଧ ‘ଆୟୁଷ-୬୪’ ପ୍ରଭାବୀ ପ୍ରମାଣିତ ହୋଇଛି। ଯୋଧପୁର ଏମ୍ସ ହସ୍ପିଟାଲରେ ଏହାର କ୍ଲିନିକାଲ ଟ୍ରାଏଲ ହୋଇଥିଲା । ଏହି ସମୟରେ ୩୦ ରୋଗୀଙ୍କୁ ସକାଳେ-ସନ୍ଧ୍ୟାରେ ଆୟୁଷ-୬୪ କ୍ୟାପ୍ସୁଲ୍ ସେବନ ପାଇଁ ଦିଆଯାଇଥିଲା । ଫଳରେ ୨୧ ବା ୭୦% ରୋଗୀ ଔଷଧ ଗ୍ରହଣ କରିବାର ପାଞ୍ଚଦିନ ପରେ ଆର୍ଟି-ପିସିଆର୍ ଟେଷ୍ଟ କରାଇବାରୁ କରୋନା ନେଗେଟିଭ୍ ବାହାରିଥିଲେ । ଏହି ଟ୍ରାଏଲ୍ ଜୟପୁରସ୍ଥିତ ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନ ପକ୍ଷରୁ କରାଯାଇଥିଲା । ଆୟୁଷ-୬୪ ମ୍ୟାଲେରିଆ ରୋଗୀଙ୍କ ପାଇଁ ବ୍ୟବହୃତ ହୋଇଥାଏ ଏବଂ ଏହା ଆଣ୍ଟିଭାଇରାଲ ଔଷଧ ନାମରେ ଜଣାଯାଏ ।