ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଜଗତର ହ୍ୟାଣ୍ଡସମ ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜର ଦାମ୍ପତ୍ୟ ଜୀବନରେ ବେଶ୍ ଖୁସି ଥିବା ନଜର ଆସୁଛନ୍ତି । ଏବେ ଅନୁଷ୍କା ଗର୍ଭବତୀ ଅଛନ୍ତି ଓ ଏହି ଅବସ୍ଥାକୁ ସେ ବହୁତ ଉପଭୋଗ ମଧ୍ୟ କରୁଛନ୍ତି । ନିକଟରେ ସେ ଇନ୍ଷ୍ଟାଗ୍ରାମରେ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଶିର୍ଷାସନ କରୁଥିବାର ଦେଖାଯାଉଛନ୍ତି ଓ ତାଙ୍କ ସ୍ଵାମୀ ବିରାଟ ତାଙ୍କ ଗୋଡ ଧରିଥିବା ନଜର ଆସୁଛନ୍ତି । ସେ ଲେଖିଛନ୍ତି ‘ଯୋଗ ମୋ ଜୀବନର ଏକ ଅଂଶ । ଯେହେତୁ ମୁଁ ଗର୍ଭବତୀ ହେବା ପୂର୍ବରୁ ଯୋଗ କରେ ସେଥିପାଇଁ ଡକ୍ଟର କହିଲେ ନିୟମିତ ଯୋଗ କରିବାକୁ । ତେବେ ମୁଁ ଶିର୍ଷାସନ କଲାବେଳେ ସନ୍ତୁଳନ ରକ୍ଷା ପାଇଁ ବିରାଟ ମୋ ଗୋଡ ଧରିଥିଲେ ଏବଂ ଯୋଗ ଗୁରୁଙ୍କ ପର୍ଯ୍ୟବେକ୍ଷଣରେ ମୁଁ ଯୋଗ କରୁଥିଲି ।‘ ସେ ଆଉ ମଧ୍ୟ କହିଛନ୍ତି ଯେ ସେ ଏ ଅବସ୍ଥାରେ ଯୋଗ କରିପାରୁଥିବାରୁ ସେ ବହୁତ ଖୁସି ଅଛନ୍ତି ।
ଅନୁଷ୍କାଙ୍କ ଏହି ଫୋଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
View this post on Instagram