ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଓଡିଶାର ୧୧ ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ତେବେ କାଲି ପରି ଆଜି ମଧ୍ୟ ସୋନପୁରର ତାପମତ୍ରା ସବୁଠୁ କମ୍ ରହିଛି । କାଲି ସୋନପୁରର ତାପମାତ୍ରା ୯.୪ ଡିଗ୍ରୀ ରହିଥିଲା ବେଳେ ଆଜି ୯ ଡିଗ୍ରୀରେ ପହଞ୍ଚିଛି। ତେବେ ସୋନପୁର ପରେ ସବୁଠୁ ଥଣ୍ଡା ସହର ଭାବେ ଦାରିଙ୍ଗବାଡି ୯.୫ ଡିଗ୍ରୀ ରହିଛି । ରାଜ୍ୟର ଅନ୍ୟ ସହର ଗୁଡିକର ତାପମାତ୍ରା ମଧ୍ୟ କମି କମି ଯାଉଛି । ଅନୁଗୁଳ ରେ ୧୦.୬, ଫୁଲବାଣୀରେ ୧୧.୩, କେନ୍ଦୁଝରରେ ୧୨.୦, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩,୨, ବଲାଙ୍ଗିର ୧୪.୮ ଓ ଭୁବନେଶ୍ଵରରେ ୧୬.୦ ଡିଗ୍ରୀ ତାପମାତ୍ରା ରହିଛି ।
ତେବେ ଓଡିଶାରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘନିଭୂତ ହୋଇ ଅବପାତର ରୂପ ନେଇ ସାରିଛି ।
#୧୧ସହର ରେ ପାରଦ #୧୫ଡ଼ିଗ୍ରୀ ତଳେ#୯ଡ଼ିଗ୍ରୀ ସହ ସୋନପୁର ଓଡ଼ିଶାର ଥଣ୍ଡା ସହର #ଦାରିଙ୍ଗବାଡି ୯.୫, #ଅନୁଗୁଳ ୧୦.୬ #ଫୁଲବାଣୀ ୧୧.୩ #କେନ୍ଦୁଝର ୧୨.୦ #ବାରିପଦା ୧୨.୪ #ଭବାନୀପାଟଣା ୧୨.୮ #କୋରାପୁଟ ୧୩.୦ #ଝାରସୁଗୁଡା ୧୩.୨ #ବଲାଙ୍ଗୀର ରେ ୧୪ ଏବଂ #କଟକ ୧୪.୮ #ଭୁବନେଶ୍ୱର ୧୬.୦ଡ଼ିଗ୍ରୀ pic.twitter.com/mst6dN9Q1f
— Meteorological Centre, Bhubaneswar (@mcbbsr) November 30, 2020