ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ମହାମାରୀର ସଂକ୍ରମଣକୁ ଆଖି ଆଗରେ ରଖି ଦେଶରେ ହେଉଥିବା ସମସ୍ତ ପର୍ବ ପର୍ବାଣୀକୁ କଟକଣା ଭିତରେ ପାଳନ କରିବାକୁ କେନ୍ଦ୍ର ସରକାର ଆହ୍ଵାନ ଦେଇଛନ୍ତି । ଦେଶର ପ୍ରମୁଖ ସ୍ଥାନ ମାନଙ୍କରେ କଟକଣା ଭିତରେ ନିରାଡମ୍ବର ଭାବେ ପାଳନ ହେଉଛି ସମସ୍ତ ଉତ୍ସବ । ତେବେ ଏହା ମଧ୍ୟରେ ମୋଦି ଆଜି ବାରଣାସୀ ଗସ୍ତ କରିବେ । ଲକଡାଉନ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ଥିବା ବେଳେ ଏହା ମୋଦିଙ୍କର ୨୩ ତମ ବାରାଣାସୀ ଗସ୍ତ ଅଟେ । ତେବେ ଲକଡାଉନ ସମୟରେ ସେ ଭିଡିଓ କନଫରେନ୍ସିଂ ଏବଂ ଟେଲିଫୋନ୍ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ କଥା ହେବେ। ଆଜି ମୋଦି ବାରାଣାସୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ରାଜତାଲାବ ନିକଟ ଖଜୁରୀ ଠାରେ ୨୪୪୭ କୋଟି ଟଙ୍କାରେ ନିର୍ମିତ ରାଜତାଲାବ-ହଣ୍ଡିଆ ସିକ୍ସଲେନ୍ ପ୍ରକଳ୍ପକୁ ଲୋକର୍ପିତ କରିବେ । ଏଠାରେ ସେ ୫୦୦୦ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ।
ପ୍ରୋଟୋକଲ ଅନୁଯାୟୀ, ସେ ଅପରାହ୍ନ ୨ଟା ୧୦ରେ ନିଜ ବିମାନରେ ବାବତପୁର ବିମାନବନ୍ଦରରେ ପହଞ୍ଚିବେ। ପ୍ରାୟ ନଅ ମାସ ପରେ ଆସୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତକୁ ନେଇ କାଶୀବାସୀ ଉତ୍ସାହିତ ଅଛନ୍ତି। ସହର ସାରା ମୋଦୀଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଏହାସହ ବିଜେପି ସରକାରର ଉପଲବ୍ଧିର ହୋର୍ଡିଂ ମଧ୍ୟ ଲଗାଯାଇଛି । ରାତି ୮ଟା ୩୦ରେ ପ୍ରଧାନମନ୍ତ୍ରୀ ପୁନଶ୍ଚ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ଦେବ ଦୀପାବଳିରେ ଏହା ପ୍ରଥମ ସୁଯୋଗ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜଘାଟରେ ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ପ୍ରଥମେ ଦୀପ ଜଳାଇବେ । ଏହାପରେ ଏଠାରେ ୧୫ ଲକ୍ଷ ଦୀପ ଜଳାଯିବ । ୧୫ ଟି ପ୍ରମୁଖ ଘାଟରେ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।
कल देव दीपावली के पावन अवसर पर अपने संसदीय क्षेत्र वाराणसी के लोगों के बीच रहने का सौभाग्य प्राप्त होगा। इस दौरान श्री काशी विश्वनाथ मंदिर गलियारा और सारनाथ जाने का मौका मिलेगा, साथ ही वाराणसी-प्रयागराज के बीच सड़क चौड़ीकरण परियोजना का उद्घाटन करूंगा। https://t.co/QMKFuE4JFG
— Narendra Modi (@narendramodi) November 29, 2020