ସନ୍ଷ୍ଟାର ଟିଭି ବ୍ୟୁରୋ
୨୦୨୧ ଆରମ୍ଭରୁ ପଶ୍ଚିମବଙ୍ଗରେ ହୋଇପାରେ ବିଧାନସଭା ନିର୍ବାଚନ । ହେଲେ ଏବେ ଠାରୁ ପଶ୍ଚିମବଙ୍ଗରେ ବିଜେପି ଓ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମଧ୍ୟରେ ଛକା ପଞଞ୍ଝା ଜୋର ଧରିବାରେ ଲାଗିଛି । ଏହାସହ ନିର୍ବାଚନ ପୂର୍ବରୁ ଯେଭଳି ଦଳ ବଦଳ ଟ୍ରେଣ୍ଡ ଦେଖାଦିଏ ତାହା ଏବେ ପଶ୍ଚିମବଙ୍ଗରେ ବି ଦେଖିବାକୁ ମିଳିଲାଣି । ଏହା ମଧ୍ୟରେ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି ଟିଏମସିର ୬୨ ଜଣ ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଯେଉଁମାନେ କି ଖୁବଶୀଘ୍ର ଦିଦିଙ୍କ ହାତଛାଡି ବିଜେପିରେ ଯୋଗଦେବେ । ଏହାସହ ଡିସେମ୍ବର ୧୫ ସୁଦ୍ଧା ଟିଏମସି ସଂଖ୍ୟା ଗରିଷ୍ଟତା ହରାଇ ସରକାରରୁ ବିଦା ହେବେ ବୋଲି ସେ ଦାବି କରିଛନ୍ତି ।