ସନ୍ଷ୍ଟାର ଚିଭି ବ୍ୟୁରୋ
ଦିନକୁ ଦିନ କୃଷି ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ୪ ଦିନ ହେବ କୃଷକ ମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ ଜାରି ରହିଛି । କେନ୍ଦ୍ରମନ୍ତ୍ରୀଙ୍କ କୃଷି ବିଲକୁ ବିରୋଧ କରି ବିପୁଳ ସଂଖ୍ୟାରେ କୃଷକମାନେ ଆନ୍ଦୋଳନ ପାଇଁ ଆଗେଇ ଆସିଛନ୍ତି ।
ସୂଚନା ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ପଞ୍ଜାବ କୃଷକ ସଂଘ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କୃଷକମାନଙ୍କୁ ଶାହଙ୍କ ପ୍ରସ୍ତାବକୁ ମାନିନେବାକୁ ନିବେଦନ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ହେଉଥିବା ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସମସ୍ତ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ଏବଂ ଦାବି ସମ୍ପର୍କରେ ଆଲେଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।
କୃଷିମନ୍ତ୍ରୀ ଆସନ୍ତା ୩ ତାରିଖରେ ଚାଷୀଙ୍କ ସହ ଆଲୋଚନା ପାଇଁ କହୁଛନ୍ତି। ଯଦି ୩ ତାରିଖ ପୂର୍ବରୁ ବି ଆଲୋଚନା କରିବାକୁ ଚାଷୀ ଚାହିଁବେ, ତେବେ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ରାଜରାସ୍ତାକୁ ଅବରୋଧ ନକରି ଏବଂ ଶୀତ କାକରରେ ପଡ଼ି ନରହି ଦିଲ୍ଲୀରେ ନିର୍ଦ୍ଧାରିତ ସ୍ଥାନକୁ ଆସି ସେମାନେ ଆନ୍ଦୋଳନ କରନ୍ତୁ ବୋଲି ଶାହା ଅନମୁରୋଧ କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରେ ଚାଷୀଙ୍କୁ ଆନ୍ଦୋଳନ ପାଇଁ କହିଛନ୍ତି ଗୃହମନ୍ତ୍ରୀ। କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ ଦିଲ୍ଲୀର ବୁରାରି ପଡିଆରେ ଦେଶର ଏକାଧିକ କୃଷକ ସଂଗଠନର ୪ଶହରୁ ଅଧିକ ଚାଷୀ ଏକାଠି ହୋଇସାରିଛନ୍ତି। ଏବଂ ଆହୁରି ଶହ ଶହ ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।