ସନ୍ଷ୍ଟାର ଟିଭି ବ୍ୟୁରୋ
image credit : filmifever (twitter)
ମୁମ୍ବାଇ: ଚଳିତ ବର୍ଷ ବଲିଉଡ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଶୁଣିବାକୁ ମିଳିଛି । ଇର୍ଫାନ ଖାନ୍, ସୁଶାନ୍ତ ସିଂ ରାଜପୁତ ,ରିଷି କପୁରଙ୍କ ଭଳି ଦକ୍ଷ ଅଭିନେତାଙ୍କୁ ହରାଇ ସାରିଛି ବଲିଉଡ ଜଗତ । ଏବେ ନିକଟରେ ଆଉ ଏକ ଦୁଃଖଦ ଖବର ସାମ୍ନକୁ ଆସିଛି । ୧୯୯୦ ରେ ସୁପରହିଟ ଫିଲ୍ମ ‘ଆଶିକି’ ର ମୁଖ୍ୟ ଅଭିନେତା ରାହୁଲ ରାଏ ଏବେ ମୁମ୍ବାଇର ନାନାବତୀ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଡାକ୍ତରଙ୍କ କହିବା ଅନୁଯାୟୀ ରାହୁଲଙ୍କ ମୁଣ୍ଡର ବାମ ପଟେ ରକ୍ତ ଜମାଟ ବାନ୍ଧି ହୋଇଯାଇଛି ଓ ତାଙ୍କୁ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିପାରେ । ଶ୍ରୀନଗରର କାର୍ଗିଲ ରେ ଫିଲ୍ମର ସୁଟିଂ ସମୟରେ ତାଙ୍କର ବ୍ରେନ୍ ଷ୍ଟୋକ ହୋଇଥିଲା । କାର୍ଗିଲର ତାପମାତ୍ରା ଅତ୍ୟଧିକ କମ୍ ଯୋଗୁ ଏପରି ଘଟିଥିଲା ।
୧୯୯୦ ରେ ରାହୁଲ ପ୍ରଥମେ ‘ଆଶିକି’ ଫିଲ୍ମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଓ ଏହି ଫିଲ୍ମଟି ତାଙ୍କୁ ଅନେକ ଲୋକପ୍ରିୟ କରାଇ ପାରିଥିଲା । ଏହି ଫିଲ୍ମ ପରେ ତାଙ୍କ ପାଖକୁ ଫିଲ୍ମ ଅଫର ର ସୁଅ ଛୁଟିଥିଲା । ସେତେବେଳେ ତାଙ୍କୁ ଗୋଟିଏ ଦିନରେ ୩ ଟି ଫିଲ୍ମର ସୁଟିଂ କରିବା ପାଇଁ ସମୟ ଦେବାକୁ ପଡୁଥିଲା ।
ତେବେ ତାଙ୍କୁ ଆଶିକି ଛଡା ‘ଜୁନୁନ’, ‘ଫିର ତେରୀ କାହାନୀ ୟାଦ ଆୟି’ , ‘ସପନେ ସଜାନେ କେ’, ‘ଜାନମ୍, ଗୁମ୍ରାହ୍’, ‘ପ୍ୟାର କା ସାୟା’, ‘ଅଚାନକ’ ଆଦି ଅନେକ ହିଟ୍ ଫିଲ୍ମରେ ଦେଖିବାକୁ ମିଳିଛି ।
Reports suggests that Actor #RahulRoy suffers brain stroke while filming in Kargil. It was the extreme weather conditions that caused Rahul Roy’s stroke. He was rushed from Kargil to Srinagar and then to Mumbai’s Nanavati hospital. We wish for his speedy recovery. pic.twitter.com/h3VC5p0Rlg
— FilmiFever (@FilmiFever) November 29, 2020