ସନ୍ଷ୍ଟାର ଟିଭି ବ୍ୟୁରୋ
ଭାରତୀୟ ବଜାରରେ ମୋଟ୍ରୋଲା ମୋବାଇଲ କମ୍ପାନୀ Moto G 5G ନାମକ ଏକ ସ୍ମାର୍ଟଫୋନ୍ ଲଞ୍ଚ କରିଛି। କମ୍ପାନୀ ଏହି ମୋବାଇଲର ପ୍ରାରମ୍ଭିକ ମୂଲ୍ୟ ୨୦,୯୯୯ ଟଙ୍କା ରଖିଥିବା ବେଳେ ଏହି ଫୋନ୍ ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍ ଓ ଏହା ସମ୍ପୂର୍ଣ୍ଣ ମେଡ ଇନ୍ ଇଣ୍ଡିଆ ବୋଲି ମୋଟ୍ରୋଲା ପକ୍ଷରୁ କୁହାଯାଇଛି। ଏହି ୫ଜି ଫୋନ୍ ଅନଲାଇନ୍ ଶପିଙ୍ଗ୍ ଓ୍ବେବସାଇଟ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ। ଏହାର ପ୍ରଥମ ସେଲ ଡିସେମ୍ବର ୭ ତାରିଖ ମଧ୍ୟାହ୍ନ ୧୨ଟା ସମୟରେ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।