ସନ୍ଷ୍ଚାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ଟିକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ପୁନେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍ ଲାବୋରୋଟୋରିଜ୍ ଦଳ ଗୁଡିକ କୋଭିଡ-୧୯ର ମୁକାବିଲା କରିବା ଲାଗି ପ୍ରତିଷେଧ ଟିକା ବିକାଶ ସକାଶେ କାର୍ଯ୍ୟ କରୁଛନ୍ତି । ଏହି କମ୍ପାନିଗୁଡ଼ିକର ବୈଜ୍ଞାନିକମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ଟିକାର ଫଳପ୍ରଦତା, ବ୍ୟବହାରିତା , ନିୟମ ସମେତ ଟିକା ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସହଜ ଭାଷାରେ ସୂଚନା ଦେବା ଲାଗି ପ୍ରୟାସ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଟିକା ବିତରଣ ସହିତ ଜଡ଼ିତ ଲଜିଷ୍ଟିକ୍ସ, ପରିବହନ, କୋଲ୍ଡ ଚେନ ଆଦି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା । ଯେଉଁସବୁ ଟିକା ବିଷୟରେ ଆଲୋଚନା କରାଯାଇଥିଲା ସେସବୁ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି ଏବଂ ବିସ୍ତୃତ ତଥ୍ୟ ଓ ପରିଣାମ ଆସନ୍ତାବର୍ଷ ପ୍ରାରମ୍ଭ ପରଠାରୁ ଆସିବା ନେଇ ଆଶା କରାଯାଉଛି ।