ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ଶନିବାର ୩୫ ଲକ୍ଷ ପେନ୍ସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ଅବଧିକୁ ବୃଦ୍ଧି କରିଛି । ବର୍ତ୍ତମାନ ୨୦୨୧ ଫେବୃୟାରୀ ୨୮ ପର୍ଯ୍ୟନ୍ତ ପେନ୍ସନଭୋଗୀ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଏହି ନିଷ୍ପତ୍ତିରୁ ୩୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
କୋଭିଡ୍-୧୯ ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଏ ନିଷ୍ପତ୍ତି ନିଆଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପେନ୍ସନଭୋଗୀ ନଭେମ୍ବର ୩୦ ଯାଏଁ ବର୍ଷର ଯେକୌଣସି ସମୟରେ ଜୀବନ ପ୍ରମାଣ ପତ୍ର ଦାଖଲ କରୁଛନ୍ତି । ଏବଂ ଏହି ପ୍ରମାଣପତ୍ରର ବୈଧତା ବର୍ଷକ ପାଇଁ ରହିଥାଏ । କିନ୍ତୁ ଏବେ ଏହାର ବୈଧତା ୨୦୨୧ ଫେବୃୟାରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।