ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର ଶୀତରେ ଥରୁଛି ଓଡିଶା । ଓଡିଶାର ୩ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରେ ରହିଥିବା ବେଳେ ୧୨ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ସବୁଠାରୁ ବେଶୀ ଥଣ୍ଡା ଅନୁଭୁତ ହୋଇଛି ସୋନପୁରରେ । ସୋନପୁରରେ ପାରଦ ୯.୪ଡିଗ୍ରୀରେ ରହିଛି । ତେବେ ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୧୦ ଡିଗ୍ରୀ ରହିଛି । ଅନୁଗୁଳ ୧୨ , ଝାରସୁଗୁଡା ୧୩.୨ ଭବାନିପାଟଣା ୧୩.୫ , କେନ୍ଦୁଝର ୧୩.୬, ସୁନ୍ଦରଗଡ ୧୪.୫, କୋରାପୁଟ ୧୪.୬, ବାରିପଦା ୧୪.୯, କଟକ ୧୫ ବଲାଙ୍ଗୀର ୧୫, ଭୁବନେଶ୍ଵର ୧୬.୨ ଡିଗ୍ରୀ ରହିଥିଲା । ଏ ନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।
ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ କୋହଲା ପାଗ ସହିତ କୁହୁଡି ପରିବେଶ ଶୀତର ପ୍ରକୋପ ବଢାଉଛି ।