ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଆଜି ସକାଳ ୧୦ ଟାରେ ଚନ୍ଦ୍ରଶେଖର ପୁର ବିଡିଏ କଲୋନୀଠାରେ ଉଦ୍ୟାନ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ଭୁବନଶ୍ଵରର ଉତ୍ତରର ବିଧାୟକ ସୁଶାନ୍ତ କୁମାର ରାଉତ । ଖୁବ ଶୀଘ୍ର ପାର୍କ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ମାନ୍ୟବର ବିଧାୟକ । ସେ ଆଉ ମଧ୍ୟ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାର ଲକ୍ଷ୍ୟ ପୂରଣ ହେବ।
ଏହି ଉଦ୍ୟାନ ନିର୍ମାଣ ହେଲେ ସ୍ଥାନୀୟ ବାସିନ୍ଦା ଖୁବ ଉପକୃତ ହେବେ ବୋଲି କହିଛନ୍ତି । ଆଖପାଖରେ ପାର୍କ ନଥିବାରୁ ଏଠାକାର ପିଲାମାନେ ବିପଦପୂର୍ଣ୍ଣ ଭାବେ ରାସ୍ତା ଉପରେ ଖେଳୁଥିଲେ ।ଏହି ଉଦ୍ୟାନ ହୋଇଗଲେ ପିଲାମାନଙ୍କର ତଥା ବୟସ୍କ ଲୋକମାନଙ୍କର ବ୍ୟାୟାମ ,ଖେଳ କରସତ କରିବା ପାଇଁ ଏକ ସୁରକ୍ଷିତ ସ୍ଥାନ ପାଇପାରିବେ । ତେବେ ୨୦୦୬ରୁ ଏଠାରେ ଏକ ପାର୍କ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଏହି ଦାବି ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି ।