ସନ୍ଷ୍ଟାର ଟିଭି ବ୍ୟୁରୋ
ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଶନିବାରଠାରୁ ଜିଲା ପରିଷଦ ତଥା ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି । ଧାରା-୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ମୋଟ ୮ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ସକାଳ ୭ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ଓ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳାର ସହିତ ମତଦାନ ହୋଇଛି। ମୋଟ ୨୧୪୬ ମତଦାନ କେନ୍ଦ୍ରରେ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ କେ.କେ ଶର୍ମା କହିଛନ୍ତି। ଡିସେମ୍ବର ୧୯ରେ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ପରେ ୨୨ରେ ଫଳାଫଳ ପ୍ରକାଶ ପାଇବ।