ସନ୍ଷ୍ଟାର ଟିଭି ବ୍ୟୁରୋ
ସିଡନି :ସିଡନିରେ ଅନୁଷ୍ଠିତ ଭାରତ- ଅଷ୍ଟ୍ରେଲିଆ ଦିନିକିଆ ଅନ୍ତରାଷ୍ଟ୍ରୀୟ ସିରିଜର ତିନୋଟି ମ୍ୟାଚରୁ ଦ୍ଵିତୀୟ ମ୍ୟାଚ ଶେଷ ହୋଇଛି ଓ ଏଥି ସହିତ ନିରାଶ ହେବାକୁ ପଡିଛି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ । ପ୍ରଥମ ଓ ଦ୍ଵିତୀୟ ଦୁଇଟା ଯାକ ମ୍ୟାଚରେ ବିରାଟ ବାହିନିକୁ ପରାଜୟ ହେବାକୁ ପଡିଛି ।ନିଜ ଦେଶରେ ଖୁବ ଭଲ ପ୍ରଦର୍ଶନ କରିଛି କଙ୍ଗାରୁ ଟିମ୍ ।
ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଏ.ଫିନ୍ଚ । ତେବେ ଅଷ୍ଟ୍ରେଲିଆ ଓପନର ଓ୍ଵାର୍ନର ମାତ୍ର ୭୭ ବଲ୍ରେ ୮୩ ରନ୍ ଓ ଅଧିନାୟକ ଏ.ଫିନ୍ଚ ୬୯ ବଲ୍ରେ ୬୦ ରନ୍ କରିଥିଲେ । ମାର୍ନସ ଲାବୁସାନ୍ ୬୧ ବଲ୍ରେ ୭୦ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ମାତ୍ର ୨୨ ବଲ୍ରେ ୬୩ ରନ କରିଥିଲେ । ୫୦ ଓଭରରେ ମାତ୍ର ୪ ଓ୍ବିକେଟ ହରାଇ ୩୮୯ ରନ କରିଥିଲେ ।
ତେବେ ଏକ ବଡ ରନ୍ କୁ ଅନୁକରଣ କରି ଭାରତୀୟ ଟିମକୁ ୯ ଓ୍ଵିକେଟ ହରାଇ ୩୩୮ରନ୍ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଭାରତର ଅଧିନୟକ ବିରାଟ କୋହଲି ସର୍ବାଧିକ ୮୯ ରନ୍ କରିଥିଲା ବେଳେ କେ. ଏଲ୍ ରାହୁଲ ୭୬ ରନ୍ କରିଥିଲେ ।