ସନ୍ଷ୍ଟାର ଟିଭି ବ୍ୟୁରୋ
ଛତିଶଗଡ଼ ସୁକୁମାରେ ଏକ ବଡ଼ ଧରଣର ଆଇଇଡ଼ି ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୧୦ ଜଣ ଯବାନ ଆହତ ହେବା ସହ ଜଣେ ଆସିଷ୍ଟାଣ୍ଡ କମାଣ୍ଡର ସହିଦ ହୋଇଛନ୍ତି । ଅପରେସନ ସାରି ଫେରୁଥିବା ବେଳେ ତାତମେଟର ଅଂଚଳର ବୁରୁକାପାଲ କିଛି ଦୂରରେ ଯବାନମାନଙ୍କୁ ଟାର୍ଗେଟ କରିଥିଲେ ନକ୍ସଲ । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ସମସ୍ତ ଯବାନ ୨୦୬ ବାଟାଲିୟନର । ଏନେଇ ସୁକୁମା ଏସପି କେ.ଏଲ ଧ୍ରୁବ ସୂଚନା ଦେଇଛନ୍ତି ।
ଗଣମାଧ୍ୟମକୁ ବସ୍ତର ପୁଲିସ ଇନ୍ସପେକ୍ଟର୍ ଜେନେରାଲ୍ ସୁନ୍ଦରରାଜ ପି କହିଛନ୍ତି ଯେ, ମାଓବାଦୀମାନେ ବସାଇ ଥିବା ‘ଆଇଇଡି’ ବିସ୍ଫୋରଣ କାରଣରୁ ଶନିବାର ରାତିରେ ନକ୍ସଲ୍ ବିରୋଧୀ ଅଭିଯାନରେ ବାହାରିଥିବା ‘କୋବ୍ରା’ ଟିମ୍ର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଆଠଜଣ କର୍ମଚାରୀ ଆହତ ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ତାଦମେତଲା ଗାଁ ପାଖ ଜଙ୍ଗଲରେ ସେମାନେ ତଲାସ ଚଳାଇ ଫେରୁଥିବା ବେଳେ ଦୁଇଟି ‘ଆଇଇଡି’ ବିସ୍ଫୋରଣ ଘଟିଥିଲା।
ରାତି ପ୍ରାୟ ୧୨.୪୫ରେ ଆହତଙ୍କୁ ବିମାନ ଯୋଗେ ରାୟପୁର ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇଥିବା ସହକାରୀ କମାଣ୍ଡାଣ୍ଟ୍ ନୀତିନ ଭାଲେରାଓଙ୍କ ରବିବାର ସକାଳେ ଡାକ୍ତରଖାନାରେ ଦେହାନ୍ତ ହୋଇଥିବା କଥା ଆଇ.ଜି. କହିଛନ୍ତି।