ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଧାନସଭାରେ ଶୀତ ଅଧିବେଶନ ଚାଲିଥିଲା ବେଳେ ବିଧାନସଭା ଆଗରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା କାରଣରୁ କମିଶନରେଟ୍ ପୋଲିସ୍ ଟ୍ରାଫିକରେ ପରିବର୍ତ୍ତନ ଆଣିବା ପାଇଁ ବ୍ୟବସ୍ଥା କରିଛି ।
ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ଏହି ରାସ୍ତାରେ ଯିବା ଆସିବା ଉପରେ ପୋଲିସ ପକ୍ଷରୁ କଟକଣା ଲଗା ଯାଇଛି। ଜନସାଧାରଣଙ୍କୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଦେଇ ଯିବାକୁ ପଡିବ । ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ ଚାଷୀ ଏବଂ ତା’ ପୂର୍ବରୁ ପରୀର ମା’ ବାପା ଆତ୍ମାହୁତି ଉଦ୍ୟମ କରିଥିଲେ।