ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ବାପାଙ୍କ ଅର୍ଥର ଦୁରୁପଯୋଗ କରିବା ଅଭିଯୋଗରେ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କଲା ପରେ ଝାରପଡ଼ା ଜେଲର ସଙ୍ଗରୋଧ ଗୃହରେ ରାତି କଟାଇଛନ୍ତି ବାପାପୁଅ । କୌଣସି ଲକ୍ଷଣ ଦେଖା ନଗଲେ ସାଧାରଣ ୱାର୍ଡ଼କୁ ସ୍ଥାନାନ୍ତର କରାଯିବ ସୋମାନଙ୍କୁ । କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଆସନ୍ତା ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ସଙ୍ଗରୋଧ ଗୃହରେ ସେମାନଙ୍କୁ ରୁଟି, ସନ୍ତୁଳା ଖାଇବାକୁ ଦିଆଯାଇଥିଲା । ପସନ୍ଦ ନଥିଲେ ବି ପାଠକ ବାପା-ପୁଅ ସେସବୁ ବାଧ୍ୟରେ ଖାଇଥିଲେ ।
ଅନ୍ୟପକ୍ଷେ, ଘଟଣାର ଅଧିକ ତଦନ୍ତ ପାଇଁ ୨୦ ଜଣିଆ ଏସ୍ଆଇଟି ଟିମ୍ ଗଠନ କରାଯାଇଛି। ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସ୍ପି, ଏସ୍ପି ଓ ଡିଆଇଜି ପୂରା ଘଟଣାର ତଦନ୍ତ କରୁଛନ୍ତି। ଏସ୍ଆଇଟି ଟିମ୍ ଆଜି ବିଭିନ୍ନ ଜାଗାକୁ ଯାଇ ଅଭୟ ପାଠକଙ୍କର ସମସ୍ତ ସମ୍ପତ୍ତି କେଉଁଠୁ ଆସିଲା, ତାକୁ କିଭଳି ବ୍ୟବହାର କରାଯାଉଥିଲା ଏବଂ ଆଉ କେଉଁ ଜାଗାରେ ତାଙ୍କର ବେନାମୀ କାରବାର ଚାଲିଛି ତାର ଖୋଳତାଡ଼ କରିବେ। ଏପର୍ଯ୍ୟନ୍ତ ତାଙ୍କ ପାଖରୁ ୯ କୋଟି ୩୫ ଲକ୍ଷ ମୂଲ୍ୟର ସମ୍ପତ୍ତି ଜବତ କରାସରିଛି ।