ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦିନକୁ ଦିନ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆଜି ଓଡିଶାର ୪ ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।ରାତ୍ରୀରେ ସବୁଠାରୁ ଥଣ୍ଡା ସହର ଭାବେ ସୋନପୁରର ତାପମାତ୍ରା ୧୧ ଡିଗ୍ରୀ ରହିଥିବା ବେଳେ , ଦାରିଙ୍ଗବାଡି ୧୪, ଫୁଲବାଣୀ ୧୪.୫ ଓ କୋରାପୁଟ ରେ୧୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି ।
୨ରୁ ୩ ଦିନ ମଧ୍ୟରେ ପାରଦ ଆହୁରି ୩ ରୁ ୪ ଡିଗ୍ରୀ ତଳକୁ ଯିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।
#୪ସହର #୧୫ଡ଼ିଗ୍ରୀ ତଳେ….ଖସୁଛି #ପାରଦ… ଫେରୁଛି #ଶୀତ #ସୋନପୁର ରେ ୧୧ ଡ଼ିଗ୍ରୀ , #ଦାରିଙ୍ଗବାଡି ୧୪, #ଫୁଲବାଣୀ ୧୪.୫, ଏବଂ #କୋରାପୁଟ ରେ ୧୪.୬ଡ଼ିଗ୍ରୀ ରାତ୍ରି #ତାପମାତ୍ରା ରେକର୍ଡ | ୨ ରୁ #୩ଦିନ ମଧ୍ୟରେ #ପାରଦ ୩ ରୁ #୪ଡ଼ିଗ୍ରୀ ତଳକୁ ଖସିବା ସମ୍ଭାବନା | pic.twitter.com/wXr14cOP3q
— Meteorological Centre, Bhubaneswar (@mcbbsr) November 28, 2020