ସନ୍ଷ୍ଚାର ଚିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ମେଡିକାଲ କଲେଜ ଖୋଲିବା ନେଇ ଗତ କାଲି ସ୍ପଷ୍ଟ କରିଛନ୍ତି ଓଡିଶା ସରକାର । ଡିସେମ୍ଵର ୧ ରୁ ସମସ୍ତ ମେଡିକାଲ କଲେଜ ଖୋଲିବା ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ନୋଟିସ ଜାରି କରାଯାଇଛି ।କରୋନା ଗାଇଡଲାଇନ ମାନିବା ସହ ଓସ୍ଓପି ପାଳନ କରି କଲେଜ ଖୋଲିବା ପାଇଁ ସମସ୍ତ ମେଡିକାଲ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଚଳିତ ବର୍ଷ କରୋନା ମହାମାରୀ ବ୍ୟପିବା ଆଶଙ୍କାରେ ରାଜ୍ୟ ସରକାର ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରିଥିଲେ । ତେବେ ରାଜ୍ୟରେ ଏବେ ୧୨ ଟି ସରକାରୀ ଓ ବେସରକାରୀ ମେଡିକାଲ କଲେଜ ରହିଛି । ନ୍ୟାସନାଲ ମେଡିକାଲ କାଉସିଲ ପକ୍ଷରୁ ଜାରି ହୋଇଥିବା ପରାମର୍ଶକୁ ମଧ୍ୟ ସମସ୍ତ ମେଡିକାଲ କଲେଜ ଗୁଡିକୁ ପ୍ରଦାନ କରାଯାଇଛି ।