ସନ୍ଷ୍ଚାର ଚିଭି ବ୍ୟୁରୋ
ଭୁବନେଶ୍ଵର: ଡିସେମ୍ବର ମାସରେ ୭୫% କର୍ମଚାରୀଙ୍କୁ ନେଇ ରାଜ୍ୟରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ମାସରେ କଟକ ଏବଂ ଭୁବନେଶ୍ବରରେ ଥିବା ସରକାରୀ ଅଫିସରେ ୭୫% କର୍ମଚାରୀ କାମ କରିପାରିବେ। ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେ ନେଇ ଗୁରୁତ୍ବ ଦିଆଯିବ। ତେବେ ଶନିବାର ଦିନ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିବ ।
କେଉଁ କର୍ମଚାରୀମାନେ ଅଫିସ ଆସି କାମ କରିବେ ତାହା ମୁଖ୍ୟ ଅଫିସର ସ୍ଥିର କରିବେ। ତେବେ ଜରୁରୀକାଳୀନ ସେବାରେ ଥିବା ଅଫିସ ପୂରା କର୍ମଚାରୀଙ୍କୁ ନେଇ ଚାଲିବ। ଏସଆରସି ଏବଂ ଓଏସଡିଏମଏ ଅଫିସ, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ଇତ୍ୟାଦି ଅଫିସଗୁଡ଼ିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଜଣା ପଡ଼ିଛି। ଅଫିସକୁ ଆସିଥିବା କର୍ମଚାରୀଙ୍କ ସହ ବିଭାଗର ମୁଖ୍ୟଙ୍କୁ କରୋନା ନିୟମ ମାନି ଚଳିବାକୁ ହେବ। ଯଦି କାମ କରିବା ସମୟରେ କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ଅଫିସ ପକ୍ଷରୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ମାନି କାର୍ଯ୍ୟ କରିବାକୁ ହେବ।
image credit: sambad