ସନ୍ଷ୍ଟାର ଟିଭି ବ୍ୟୁରୋ
ଭାରତର ପଡୋଶୀ ରାଷ୍ଟ୍ର ଚୀନ ସବୁବେଳେ ଭାରତ ପାଇଁ କିଛି ନା କିଛି ଷଡଯନ୍ତ୍ର ରଚିଥାଏ ।ଏବେ ସେ ଆଉ ଏକ ମିଥ୍ୟା ଖବର ପ୍ରଚାର କରିବାରେ ଲାଗିପଡିଛି । ସାଂଘାଇ ଚୀନର ବୈଜ୍ଞାନିକ କହିଛନ୍ତି ଯେ ଚୀନ ନୁହେଁ ଭାରତ ହେଉଛି କରୋନା ଭୁତାଣୁର ଉତ୍ପତ୍ତିସ୍ଥଳ । ଭାରତର ସ୍ଵାସ୍ଥ୍ୟ ପ୍ରତି ଖରାପ ପରିବେଶ ଓ ମରୁଡି ଯୋଗୁ ଏଠାରେ ପ୍ରଥମେ କରୋନା ଭୁତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା । ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ କରୋନା ଭୁତାଣୁ ଏଠାରେ ବିନା କୌଣସି ଲକ୍ଷଣରେ ସଂକ୍ରମିତ ହେବାରେ ଲାଗିଥିଲା । ଉହାନ ରେ କରୋନା ଭୁତାଣୁ ଠାବ ହେବାର ବହୁ ମାସ ପୂର୍ବରୁ ତଥା ୩ରୁ ୪ ମାସ ପୂର୍ବରୁ ଭାରତରେ ଏହା କାୟା ବିସ୍ତାର କରିସାରିଥିଲା ବୋଲି କହିଛନ୍ତି ଚୀନ ବୈଜ୍ଞାନିକ ।
ଚୀନର ଏହି ମିଥ୍ୟା ଅଭିଯୋଗ ପରେ ବ୍ରିଟେନର ଗ୍ଲାସ୍ଗୋ ବିଶ୍ଵବିଦ୍ୟାଳୟର ବିଶେଷଜ୍ଞ ଡେଭିଡ ରବର୍ଟସନ କହିଛନ୍ତି ଯେ ଏଭଳି ଗବେଷଣା ସମ୍ପୂର୍ଣ୍ଣ ଭାବେ ଦୋଷପୂର୍ଣ୍ଣ ।
ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।