ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବାତ୍ୟା ‘ନିଭାର୍’ ର ପ୍ରଭାବ ନ ସରୁଣୁ ପୁଣି ଆଉ ଏକ ବଡ଼ ଲଘୁଚାପ ତାମିଲନାଡ଼ୁ ପ୍ରତି ବିପଦ ସୃଷ୍ଟି କଲାଣି। ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ୨ ତାରିଖ ଦିନ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅବପାତ ରୂପରେ ଅତିକ୍ରମ କରିବ। ଏହା ପ୍ରଭାବରେ ତାମିଲନାଡୁ ଓ ପୁଡ଼ୁଚେରିରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ସ୍ପଷ୍ଟ ହୋଇପାରିନାହିଁ। ଅପରପକ୍ଷେ ଗତକାଲି ବର୍ଷା ଯୋଗୁଁ ଓଡ଼ିଶାରେ ଶୀତ କମିଥିଲା। କିନ୍ତୁ ଆସନ୍ତାକାଲିଠାରୁ ପାରଦ ପୁଣି ଖସିବ। ଆସନ୍ତା ୩ ଦିନ ଭିତରେ ତାପମାତ୍ରା ହାରାହାରି ୪ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।