ସନ୍ଷ୍ଟାର ଟିଭି ବ୍ୟୁରୋ
ସିଡନି: କରୋନା ସମୟରେ ନୂଆ ଜର୍ସିରେ ପଡିଆରେ ପାଦ ରଖିଥିବା ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି । ୩୭୫ର ବିଶାଳ ରନକୁ ଅନୁକରଣ କରି ମାତ୍ର ୩୦୮ ରନ କରି ପରାଜୟ ହୋଇଛନ୍ତି ଭାରତୀୟ ଦଳ ।
କଙ୍ଗାରୁ ଦଳର ଅଧିନାୟକ ଆରୋନ ଫିଞ୍ଚ ୧୧୪ ରନ୍, ଷ୍ଟିଭେନ୍ ସ୍ମିଥ୍ ୧୦୫, ଡେଭିଡ୍ ୱାର୍ନର ୬୯, ଗ୍ଲେନ୍ ମ୍ୟାକ୍ସୱେଲ ୪୫ ରନ୍ କରି ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୭୪ ରନର ବିଶାଳ ସ୍କୋର କରିଥିଲା ।
ଭାରତୀୟ ଦଳର ସର୍ବାଧିକ ରନ ହାର୍ଦ୍ଦିକ ପାଣ୍ଡ୍ୟା ୯୦ କରିଥିବା ବେଳେ ତାଙ୍କ ପଛକୁ ଶିଖର ଧାଓ୍ବନ ୭୪,ଏନ୍ ସାଇନି ୨୯, ଜାଡେଜା ୨୫ ରନ୍, ଏମ୍ ଅଗ୍ରଓ୍ଵାଲ ୨୨, ଭାରତର ଅଧିନାୟକ ବିରାଟ କୋହଲି ୨୧, ଏମ୍ ସାମି ୧୩, କେ. ଏଲ୍ ରାହୁଲ ୧୨, , ଏସ୍ ଆୟର ୨ ରନ କରି ପରାଜୟ ବରଣ କରିଛନ୍ତି ।