ସନ୍ଷ୍ଟାର ଟିଭି ବ୍ୟୁରୋ
ନୀତି ଆୟୋଗର ‘ ମିଟିଗେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ କୋଭିଡ୍-୧୯’ ପୁସ୍ତକ ପ୍ରକାଶ ପାଇଛି। ଏହି ପୁସ୍ତକରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ୍ ପରିଚାଳନା ସମ୍ପର୍କିତ ଅନୁଭବକୁ ଦର୍ଶାଯାଇଛି। ପୁସ୍ତକରେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି, ସଚେତନା ସୃଷ୍ଟି ତଥା ବ୍ୟବହାରରେ ପରିବର୍ତ୍ତନ, କ୍ଷମତା ବୃତ୍ତି ତଥା ସ୍ୱାସ୍ଥ୍ୟ ୱାର୍କଫୋର୍ସର ବିକାଶ, ପ୍ରବାସୀ ଶ୍ରମିକମାନଙ୍କ ପ୍ରସଙ୍ଗକୁ ନେଇ ଉଲ୍ଲେଖ କରାଯାଇଛି।