ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଏକ ଦେଶ ଏକ ନିର୍ବାଚନ, ଏହା ଭାରତରେ ହେବା ନିହାତି ଜରୁରୀ । ଏଭଳି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସେ କହିଛନ୍ତି, ଏହି ପ୍ରସଙ୍ଗରେ ବିସ୍ତ୍ରୁତ ଆଲୋଚନାର ଆବଶ୍ୟକତା ରହିଛି । ଦେଶର ସମ୍ବିଧାନକୁ ଜନସାଧାରଣ ଜାଣିବା ଓ ବୁଝିବାର ଅଧିକାର ରହିଛି । ସେ ‘ନୋ ୟୋର କନଷ୍ଟିଚ୍ୟୁଶନ’ ଉପରେ ଗୁରୁତ୍ୱାରୋପ କରିବା ସହ ସମ୍ବିଧାନର ସୁରକ୍ଷା ପାଇଁ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ ।
ଶ୍ରୀ ମୋଦି କହିଛନ୍ତି ୭୦ ଦଶକରେ ସମ୍ବିଧାନ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା । ଏଭଳି ହୀନ ଉଦ୍ୟମ ଯେଉଁମାନେ କରିଥିଲେ ସେମାନଙ୍କୁ ଦେଶବାସୀ ଏବେ ଦଣ୍ଡିତ କରୁଛନ୍ତି । ଏବେ ଦେଶକୁ ସଂମ୍ପୁର୍ଣ୍ଣ ଡିଜିଟାଇଲେଜସନ କରାଯିବା କାର୍ଯ୍ୟ ଜାରି ରହିଛି । ଏବଂ ଏହାକୁ ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି ।